ବାୟୁରେ ବ୍ୟାପୁଛି ‌କୋଭିଡ୍‌-୧୯ ଭାଇରସ୍‌

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ଦ୍ୱିତୀୟ ଲହର ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଭାରତରେ ବଢି ଚାଲିଛି ସଂକ୍ରମଣ। ଏହିଭଳି ପରିସ୍ଥିତିରେ ଗବେଷଣା ତଥ୍ୟ ଆସିଛି ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁଛି।

ଆମେରିକୀୟ ମେଡିକାଲ୍‌ ଜର୍ଣ୍ଣାାଲ୍‌ ଲାନସେଟ୍‌ରେ ଆଜି ପ୍ରକାଶିତ ହୋଇଛି ଏପରି ତଥ୍ୟ। ଗବେଷଣାରୁ ବଳିଷ୍ଠ ପ୍ରମାଣ ମିଳିଛି କୋଭିଡ୍‌-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁ ବାୟୁ ବାହିତ। ଏହା ବାୟୁ ଦ୍ୱାରା ବ୍ୟାପୁଛି। ବ୍ୟାପକ ଗବେଷଣା ପରେ ଜଣାପଡ଼ିଛି ଭୂତାଣୁ ନିଜର କାୟା ବିସ୍ତାର କରି ବାୟୁରେ ମିଶିଯିବା ପରେ ଏହା ମାଧ୍ୟମରେ ସଂକ୍ରମଣ ବିସ୍ତାରିତ କରିଥାଏ।

ରିିପୋର୍ଟରେ କୁହାଯାଇଛି ପ୍ରମାଣ ମିଳିଛି ନୂତନ କୋଭିଡ୍‌-୧୯ ଭୂତାଣୁ ସାର୍ସ-କୋଭ୍‌-୨ ମୁଖ୍ୟତଃ ବାୟୁ ମାଧ୍ୟମରେ ସଂକ୍ରମିତ ହେଉଥିବାରୁ ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଛି। ଫଳରେ ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ ସମ୍ଭବପର ହୋଇ ନ ଥାଏ। ବ୍ରିଟେନ, ଆମେରିକା ଓ କାନାଡାର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଗବେଷଣା ଅନୁଯାୟୀ ସଂକ୍ରମଣ ବିସ୍ତାର କରୁଥିବା ଭୂତାଣୁ ବାୟୁ ଦ୍ୱାରା ବ୍ୟାପୁଛି। ପ୍ରମାଣ ଏହାକୁ ସମର୍ଥନ କରୁଛି। କିନ୍ତୁ ବୃହତ ଡ୍ରପଲେଟ୍‌ ଟ୍ରାନ୍‌ସମିସନକୁ ସମର୍ଥନ କରୁଥିବା ପ୍ରମାଣ ପ୍ରାୟ ନାହିଁ। ବହୁ ବ୍ୟକ୍ତିଙ୍କୁ ନେଇ ଏକାଧିକ ପରୀକ୍ଷା ଓ ଗବେଷଣା ପରେ ଗବେଷକ ଗୋଷ୍ଠୀ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ତେଣୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ଗୂୁରୁତ୍ୱର ସହ ଗ୍ରହଣ କରନ୍ତୁ। ଯାହା ଫଳରେ ବାୟୁମଣ୍ଡଳରେ ଭୂତାଣୁର ପ୍ରସାରଣକୁ ହ୍ରାସ କରାଯାଇ ପାରିବ ବୋଲି ଗବେଷକ ଗୋଷ୍ଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button