ବିଡିଓ କଲେ କେଟ୍ୱାକ୍

ଭୁବନେଶ୍ଵର : ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିସରରେ ଚାଲିଥିବା କ୍ଷୁଦ୍ର ମହୋତ୍ସବ ଅବସରରେ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ଲାଗିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଜିଲ୍ଳାପାଳଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରୁଛନ୍ତି। ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ମଡେଲିଂ ଶୋ ଚାଲିଥିବା ବେଳେ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ଛୋଟ କଳାକାରଙ୍କୁ ଉତ୍ସାହିତ କରିିବା ପାଇଁ ନିଜେ ର୍ୟାମ୍ପରେ କେଟୱାକ୍ କରିଥିଲେ। ଜିଲ୍ଲାର ଉପସ୍ଥିତ ସମସ୍ତ ପଦାଧିକାରୀଙ୍କ ସମେତ ଦର୍ଶକମାନେ ବିଡିଓଙ୍କ କେଟ୍ୱାକକୁ ପ୍ରଶଂସା କରିବା ସହିତ କରତାଳି ଦେଇ ଉତ୍ସାହିତ କରିଥିଲେ।