ବେଆଇନ ଗୋରୁ ଚାଲାଣ : ୬ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରୁ ବେଆଇନ ଗୋ ଚାଲାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ତୁରୁମୁଙ୍ଗା ପୋଲିସ ବେଆଇନ ଗୋ ଚାଲାଣ ଅଭିଜୟଗରେ ଦୁଇଟି ପିକ୍ ଅପ ଭ୍ୟାନ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବରଗଡ଼ ସୋହେଲାରୁ ଜଶିପୁର ଅଞ୍ଚଳକୁ ଚାଲାଣ ହେଉଥିବା ୧୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଗୋଶାଳାକୁ ପଠାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋହେଲାର ମୁବାରକ ଖାନ୍ ଓ ଧରଖଣ୍ଡ ଗ୍ରାମର ମିଥୁନ ସୁନା, ବରପାଲି ଝୁଲାପାଲି ଗ୍ରାମର ନେହେରୁ ସୁନା, ବିଜେପୁର କାନପୁରୀ ଗ୍ରାମର ଗଙ୍ଗାଧର ବିଭାର, ଅନ୍ଦନବାହାଲ ଗ୍ରାମର ବିଦେଶୀ ବେଶ୍ରା ଓ ବଲାଙ୍ଗୀର ଲଇସିଙ୍ଗା ଥାନା ରିନବଚନ ଗ୍ରାମର ମୁଚିନ୍ଦ୍ର ମୁଗୁଲି।

Leave a Reply

Your email address will not be published. Required fields are marked *

Back to top button