ବେଆଇନ୍ ଗୁଟଖା କାରଖାନା ଉପରେ ଚଢଉ

ବ୍ରହ୍ମପୁର : ଦସେଇପୁର ନୂଆଁ ଗାଁରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପାଟପୁର ପୋଲିସ ଚଢ଼ାଉ କରିଛି। ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାର ମେସିନ ଓ ବିପୁଳ ପରିମାଣର ଗୁଟଖା ସାମଗ୍ରୀ ଜବତ ହୋଇଟିଏଚଆଇବିଏ ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତି ଦସେଇପୁର ଗ୍ରାମର ଏକ ଭଡ଼ା ଘରେ କିଛି ଲୋକଙ୍କୁ ନେଇ ବେଆଇନ ଭାବେ ହରଡାଖଣ୍ଡି, ଗୋକୁଳ, ମୁମେଣ୍ଟ ଓ କେକେ ଭଳି ବିଭିନ୍ନ ବ୍ରାଣ୍ଡର ଲେବେଲ ମାରି ନକଲି ମସଲା ପ୍ରସ୍ତୁତ କରି ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିଲା। ଖବର ପାଇ ପାଟପୁର ଆଇଆଇସି ଏକ ଟିମ୍ ସହ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ହିଟ ମେସିନ, ପ୍ୟାକିଙ୍ଗ ମିକ୍ସଚର ମେସିନ, ଧୂଆଁ ପତ୍ର, ପାନ ମଧୁରୀ ପୋଡ଼ା ଆଇଲି, କେମିକାଲ ଓ କଲର ଜବତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button