ଡବଲ୍ ଫାଇନ୍ ମାଗିବାରୁ ମାଡ଼

ଭୁବନେଶ୍ଵର : ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥା ନଥିବାରୁ ଗାଡ଼ିକୁ ଦୁଇ ଗୁଣ ଟୋଲ ଫି’ ମାଗିବାରୁ ଟୋଲଗେଟୋ ନିକଟରେ ଗଣ୍ଡଗୋଳ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟ ନିକଟରେ।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲା । ଗାଡ଼ିରେ ଫାସଟ୍ୟାଗ ନଥିବାରୁ ଟୋଲ କର୍ମଚାରୀ ଦୁଇ ଗୁଣ ଟୋଲ୍ ଫି’ ମାଗିଥିଲେ। ଏହା ପରେ ବସରେ ବସିଥିବା ଲୋକ ହଠାତ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ ମଧ୍ୟ କରିଥିଲେ ।

ନିଜକୁ ନେଭି ସର୍ଭିସ କରୁଛି କହି ସମସ୍ତ ଗାଡ଼ିକୁ ପାସ କରିବାକୁ କହିଥିଲେ । ଟୋଲ କର୍ମଚାରୀ ମନା କରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ପରବର୍ତ୍ତୀ ସମୟରେ ଏହା ମାରପିଟ୍‌ରେ ପରିଣତ ହୋଇଥିଲା। ଏହି ଗଣ୍ଡଗୋଳରେ ଟୋଲଗେଟର ୩ଜଣ କର୍ମଚାରୀ ଆହତ ହୋଇଛନ୍ତି । ପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଉଭୟ ପକ୍ଷରୁ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Back to top button