ବେଗୁନିଆ : ବିସ୍ଫୋରଣରେ ଉଡିଗଲା ଘରର ଆଜବେଷ୍ଟସ୍

ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଖବର ମିଳିଛି।

ଖବର ଅନୁଯାୟୀ ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ମୁକୁନ୍ଦପୁର ଗ୍ରାମର ପ୍ରସନ୍ନ କୁମାର ମହାପାତ୍ରଙ୍କ ଘରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ି ଯାଇଥିବା ବେଳେ କାନ୍ଥ ଭାଙ୍ଗିଯାଇଛି। ପାଖ ଘର ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ମୃତାହତର କୌଣସି ସୂଚନା ମିଳିନାହିଁ। ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିବା ଚର୍ଚ୍ଚା ହେଉଛି।

ଏହି ଅଘଟଣ ପରେ ପରିବାରକୁ ନେଇ ପ୍ରସନ୍ନ କୁମାର ମହାପାତ୍ର କୁଆଡ଼େ ଚାଲିଯାଇଛନ୍ତି। କେହି ତାଙ୍କ ଘର ଉପରକୁ ବୋମା ପକାଇଛି ବୋଲି ପ୍ରସନ୍ନ କୁମାର ମହାପାତ୍ର ଗାଁ ଲୋକଙ୍କୁ କହିଥିବା କୁହାଯାଉଛି। ତେବେ ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ କରୁଛନ୍ତି।

ମତାମତ ଦିଅନ୍ତୁ ।