ବେଙ୍ଗଲୀ ମୁଭିକୁ ନେଇ ପତ୍ରାଳୀ ବ୍ୟସ୍ତ

ଭୁବନେଶ୍ଵର : ଅଭିନେତ୍ରୀ ପତ୍ରାଳୀ ଚଟ୍ଟୋପାଧ୍ୟାୟ ଓଡ଼ିଆ ଓ ବେଙ୍ଗଲୀ ସିନେମାରେ ପରିଚିତ ନାଁ। କୋଲକାତାରେ ଜନ୍ମିତ ପତ୍ରାଳୀ ୨୦୧୪ରେ ‘ବାବୁ ଇଂଲିସ ମେମ୍‌’ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରକୁ ମିଳିଥିଲା ବେଶ ସଫଳତା। ୨୦୧୬ରେ ସେ ଓଡ଼ିଆ ଚଳଚ୍ଚିତ୍ର ‘ଚିନି’ରେ ଅମ୍ଲାନଙ୍କ ସହିତ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଚଳଚ୍ଚିତ୍ର ରାଜ୍ୟରେ ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିଲା।  

ଏହାପରେ ପତ୍ରାଳୀ ଅମ୍ଲାନଙ୍କ ସହିତ ଚଳଚ୍ଚିତ୍ର ‘ନୂଆ ନୂଆ ପ୍ରେମରେ’ରେ ଅଭିନୟ କରିଥିଲେ। ଏଥିରେ କାହାଣୀ, ସଂଳାପ ଓ ଦୃଶ୍ୟାୟନ ହୋଇଥିଲା ମନଛୁଆଁ। ଏହି ଚଳଚ୍ଚିତ୍ରରେ ବହୁ ବରିଷ୍ଠ କଳାକାର ଅଭିନୟ କରିଥିବାରୁ ଫିଲ୍ମଟି ଦର୍ଶକୀୟ ଆଦୃତି ଲାଭ କରିଥିଲା। ପତ୍ରାଳୀଙ୍କ ହାତରେ ଏବେ କୌଣସି ଓଡ଼ିଆ ଫିଲ୍ମ ନଥିବାବେଳେ ସେ ବେଙ୍ଗଲୀ ମୁଭିକୁ ନେଇ ବ୍ୟସ୍ତ ଅଛନ୍ତି।

ମତାମତ ଦିଅନ୍ତୁ ।