Breaking Newsରାଜ୍ୟ

ଭଦ୍ରକ ଓ ଗଜପତି ଜିଲ୍ଲାରେ ସୋମବାରରୁ ଲକ୍‌ଡାଉନ୍‌ କଟକଣା

ଭଦ୍ରକ/ପାରଳାଖେମୁଣ୍ଡି : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ପାଇ ଜିଲ୍ଲା ପ୍ରଶାସନ ବିଭିନ୍ନ କଟକଣା ଲାଗୁ କରୁଛନ୍ତି। କରୋନା ପରିସ୍ଥିତି ପାଇଁ ଗଜପତି ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଆସନ୍ତାକାଲିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି, କାଶୀନଗର ଏନଏସି ଓ ଜିଲ୍ଲାର ୭ଟି ବ୍ଲକର ହେଡ୍‌କ୍ୱାର୍ଟର୍ସରେ ଲାଗୁହେବ ଲକଡାଉନ କଟକଣା। ଏଥିସହ ୭ଟି ପଞ୍ଚାୟତ ମଧ୍ୟ ରହିବ ଲକ୍‌ଡାଉନ୍‌। ସମସ୍ତ ବ୍ଲକ୍ ମୁଖ୍ୟାଳୟ ଓ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

ସେହିପରି ସୋମବାରଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍ଏସିକୁ ଜିଲ୍ଲାପ୍ରଶାସନ ଲକ୍‌ଡାଉନ୍ ଘୋଷଣା କରିଛି। ଏଥିସହ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ବଳବତ୍ତର ରହିବ। ଏହି କଟକଣା ସମୟରେ ସକାଳ ୫ରୁ ଦିନ ୧ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button