ଭଦ୍ରକ : ବିଜେଡିର ବ୍ଲକ ଓ ପଞ୍ଚାୟତ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭଦ୍ରକ : ଭଦ୍ରକ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ଜିଲ୍ଲାର ୭ଟି ବ୍ଲକ, ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି।

ଜିଲ୍ଲା ଯୁବ ବିଜେଡ଼ି ସଭାପତି ମୁକୁନ୍ଦଦେବ ସାମଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ମନୋଜ ମହାନ୍ତି, ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ, ପ୍ରିନ୍ସ ରାକେଶ ନାୟକ ଓ ଜୋନ୍ ସଭାପତି ଜୟରାମ ଦାସ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଥିଲେ। ତେବେ ଏହି କର୍ମକର୍ତ୍ତାଙ୍କ ମଧ୍ୟରେ ସୋସିଆଲ ମିଡିଆ ପାଇଁ ସ୍ଵତନ୍ତ୍ର କର୍ମକର୍ତ୍ତା ରହିଛନ୍ତି। ରାଜ୍ୟ ଯୁବ ବିଜେଡ଼ିର ସଭାପତି ବ୍ୟୁମୋକେଶ ରାୟଙ୍କ ନେତୃତ୍ଵରେ ତୃଣମୂଳ ସ୍ତରରେ ଏହି ଟିମ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।