ଭଦ୍ରକ : ଏରେଇଁ ପଞ୍ଚାୟତ ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ : କରୋନା ନୂଆ ଷ୍ଟ୍ରେନ ଆସିବା ପରେ ଭଦ୍ରକ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ଆଜି ଚରମ୍ପା ନିକଟ ଏରେଇଁ ପଞ୍ଚାୟତର ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପଞ୍ଚାୟତର ୩ ନମ୍ବର ୱାର୍ଡ ଧଳସାହିରେ ଏହି କଟକଣା ଲାଗୁ ହୋଇଥିବା ଜଣାପଡିଛି।