ଭଦ୍ରକ : ଜଳିଗଲା ବିସ୍କୁଟ ବୋଝେଇ ଟ୍ରକ୍‌

ଭଦ୍ରକ : ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବିସ୍କୁଟ ବୋଝେଇ ଟ୍ରକ ଜଳି ଯାଇଛି। ଏହି ଟ୍ରକଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା। ଇଞ୍ଜିନରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିବା କୁହାଯାଉଛି। ଟ୍ରକରେ ନିଆଁ ଲାଗି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଜୋରରେ ପାଟି କରିଥିଲେ। ଫଳରେ ଚାଳକ ଟ୍ରକ ଅଟକାଇ ହେଲପର ସହିତ ତଳକୁ ଡେଇଁପଡ଼ିଥିଲେ। ଲୋକ ଦମକଳ ବାହିନୀ ଓ ପୋଲିସକୁ ଖବର ଦେବାରୁ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।