ଭଦ୍ରକ : ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ଜଣେ ଗିରଫ

ଭଦ୍ରକ : ପୁରୁଣାବଜାର ପଠାନମହାଲାରେ ଚାଲିଥିବା ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସର ଏକ ଟିମ ଅତର୍କିତ ଚଢଉ କରିବା ସହିତ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଜବତ କରିଛି। କେବଳ ସେତିକି ନୁହେଁ ନାମୀ କମ୍ପାନୀର ଲୋଗୋ , ଜର୍ଦ୍ଦା ପତି, ସେଣ୍ଟ ଓ ଅନ୍ୟାନ୍ୟ କେମିକାଲ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ନକଲି କାରବାରର ଲିଙ୍କ୍ ନେଇ ଖୋଳତାଡ଼ ଜାରି ରଖିଛି।

ମତାମତ ଦିଅନ୍ତୁ ।