ଭଦ୍ରକର ୩ ହୋଟେଲ ସିଲ୍

ଭଦ୍ରକ : ଲକଡାଉନ କଟକଣା ଉଲଂଘନ କରିଥିବା ୩ଟି ହୋଟେଲକୁ ସିଲ କରାଯାଇଛି। ଭଦ୍ରକ ଉପଜିଲ୍ଲାପାଳ ଓ ଏସଡିଏମ ଭଦ୍ରକ ସହରର ଡାଲଚିନି, ସ୍ୱାଦ ଓ ଆଞ୍ଚଳ ହୋଟେଲକୁ ସିଲ କରିଛନ୍ତି। ଏହାଛଡା ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ ଓ ଏନଏସି ଅଞ୍ଚଳରେ ଲକଡାଉନ କଟକଣା ଜାରି ହୋଇଛି। ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ସକାଳ ୫ ରୁ ଦିନ ୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନିୟମ ରହିଥିବା ବେଳେ ଦିନ ୨ଟା ରୁ ସଖାଳ ୫ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହୁଛି।

ମତାମତ ଦିଅନ୍ତୁ ।