ଭଦ୍ରକର ଦୁଇଟି ବଜାର ୭୨ ଘଣ୍ଟା ସଟଡାଉନ

ଭଦ୍ରକ : ଜଣେ ବ୍ୟବସାୟୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇଟି ବଜାରକୁ ଜିଲ୍ଲା ପ୍ରଶାସନ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛି। ଭଦ୍ରକ ପୌରପାଳିକା ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଡୁଥିବାରୁ ପ୍ରଶାସନ ପକ୍ଷରୁ ସହରର ଏକତା ମାର୍କେଟ ନିକଟ ରାସ୍ତା କଡ଼ରେ ବସୁଥିବା ଉଠାଦୋକାନୀ ଓ ଗ୍ରାହକଙ୍କର କରୋନା ପରୀକ୍ଷା ପାଇଁ ଭ୍ରାମ୍ୟମାଣ କାରୋନା ଟ୍ରେସିଙ୍ଗ କରାଯାଇଥିଲା।

ଏହି ଅସ୍ଥାୟୀ କେନ୍ଦ୍ରରେ ୬୨ଟି ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ୩୯ଟି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସଂକ୍ରମିତ ଚିହ୍ନଟ ହେବାରୁ ଭଦ୍ରକ ପୌରାଞ୍ଚଳର କଚେରିବଜାର ଓ ଏକତା ମାର୍କେଟକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି। ସାନିଟାଇଜେସନ ଓ ସର୍ଭିଲାନ୍ସ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ହୁହାଯାଇଛି।

ମତାମତ ଦିଅନ୍ତୁ ।