ଭଦ୍ରକରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

ଭଦ୍ରକ : ଭଦ୍ରକ ସହରରେ ନକଲି ଜର୍ଦ୍ଦା କାରଖାନା। ବାରମ୍ବାର ଚଢଉ ପରେ ମଧ୍ୟ ଏହାକୁ ରୋକାଯାଇ ପାରୁନି। ପୁଣି ବିପୁଳ ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦ୍ଦା। ଯାହାର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କା ହେବ।

ଖବର ଅନୁଯାୟୀ ଏସ୍‌ଟିଏଫ୍‌ର ୯ଜଣିଆ ଟିମ୍‌ ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ମିର୍ଜାପୁର, ନାଥସାହି ସମେତ ଅନେକ ଅଞ୍ଚଳରେ ଚଢଉ କରିଛି। ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ନକଲି ଜର୍ଦ୍ଦା, ଲେବଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ କେତେଜଣ ମାଫିଆଙ୍କୁ ଅଟକ ରଖାଯାଇଛି। କିନ୍ତୁ ଏ ସମ୍ପର୍କରେ ସବିଶେଷ ସୂଚନା ମିଳିନାହିଁ।

ମତାମତ ଦିଅନ୍ତୁ ।