ଭଦ୍ରକରେ ଷ୍ଟ୍ରିଟ୍ ଏଲ୍ଇଡି ଲାଇଟ୍ ପ୍ରକଳ୍ପ

ଭଦ୍ରକ : ଭଦ୍ରକର ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପକୁ ସଦର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜିବ ମଲ୍ଲିକ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ଭଦ୍ରକ ପୌରପାଳକା ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାୟକଙ୍କ ସମେତ ପୌରପାଳିକାର କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ଏହା ବନ୍ତ ଛକ ଠାରୁ ରାନ୍ଦିଆ ଓଭରବ୍ରିଜ, ଅପର୍ତ୍ତିବିନ୍ଧା ଛକ ଓ ମେଡିକାଲ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଦ୍ଵାରା ଭଦ୍ରକ ସହର ଆଲୋକୀକରଣ ହେବ। ସେଥିପାଇଁ କାମ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି।

ମତାମତ ଦିଅନ୍ତୁ ।