ଭାଇବୋହୂର ଜୀବନ ନେଲା ଦେଢ଼ଶୂର

ବ୍ରହ୍ମପୁର : ବିଶ୍ୱ ମହିଳା ଦିବସରେ ଭାଇବୋହୂ ସୁଷମା ବିଷୋୟୀଙ୍କ ଜୀବନ ନେଲା ଦେଢ଼ଶୂର। କାତିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗାଁର ଘଟିଛି।

ଖବର ଅନୁଯାୟୀ ସୁଷମାଙ୍କ ସ୍ୱାମୀ ମୃତ୍ୟୁ ମୃତ୍ୟୁ ପରେ ଜମି ବାଡିକୁ ନେଇ ଦେଢ଼ଶୁର ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା। ସୋମବାର ସୁଷମା ମୁଗ ତୋଳିବାକୁ ଯାଇଥିଲେ। ମଧ୍ୟାହ୍ନରେ ବିଲରୁ ଘରକୁ ଫେରିବା ବେଳେ ଦେଢ଼ଶୁର କାଠ ଫାଳିଆରେ ଆକ୍ରମଣ କରିବା ସହିତ କାତିରେ ବେକକୁ ହାଣି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କାଠ ଫାଳିଆ ଓ କାତିକୁ ଜବତ କରିଛି। କିନ୍ତୁ ହତ୍ୟାକାଣ୍ଡ ଘଟାଇଥିବା ଦେଢ଼ଶୁର ଏବେ ଫେରାର। ଅଭିଯୁକ୍ତକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button