Breaking Newsମନୋରଞ୍ଜନ
ଭାଇରାଲ ହେଉଛି ଅଲାୟାଙ୍କ ବୋଲ୍ଡ ଫଟୋ

ମୁମ୍ବାଇ : ପୂଜା ବେଦୀଙ୍କ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରଓ୍ୱାଲ ପୁଣି ଚର୍ଚ୍ଚାରେ। ନିକଟରେ ଅଲାୟା ଇନଷ୍ଟାଗ୍ରାମରେ ନିଜର ସୁପର ବୋଲ୍ଡ ଫଟୋ ସେୟାର କରିଛନ୍ତି। ଏହି ଗ୍ଲାମର୍ ଫଟୋ ଏବେ ଭାଇରାଲ ହେଉଛି।

ଫଟୋରେ ଅଲାୟା ବ୍ଲାକ୍ ଆଉଟ୍ ଫିଟରେ ନଜର ଆସିଛନ୍ତି। ଫ୍ୟାନମାନେ ଏହି ଫଟୋକୁ ପ୍ରଶଂସା କରିଥିବା ବେଳେ କେମଣ୍ଟ ଦେଉଛନ୍ତି। ଅଲାୟା ସଟ୍ ଡ୍ରେସ୍ ସହ କଳା ରଙ୍ଗର ଏକ ଜ୍ୟାକେଟ୍ ମଧ୍ୟ ପିନ୍ଧିଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି ସେ ସର୍ବଦା ଷ୍ଟୁଲରେ ଏପରି ବସିଥାନ୍ତି। ଏହି ଫଟୋକୁ ଇନଷ୍ଟାଗ୍ରାମରେ ୯୧.୩ ହଜାରରୁ ଅଧିକ ଲାଇକ୍ ମିଳିଛି। ପୂଜା ବେଦୀଙ୍କ ଝିଅ ଅଲାୟା ସୈଫ୍ ଅଲ୍ଲୀ ଖାନ ଓ ତବୁଙ୍କ ଫିଲ୍ମ ଜବାନୀ ଜାନେମନରେ ବଲିଉଡରେ ପାଦ ରଖିଥିଲେ। ନିର୍ମାତା ଜେ ଶେବକରମାଣୀଙ୍କ ସହ ସେ ତିନୋଟି ଫିଲ୍ମ ପାଇଁ ସାଇନ୍ କରିଛନ୍ତି।