ଭାଇରାଲ୍ ହେଉଛି ଆଇଏଏସ୍ ରାଖୀ ଗୁପ୍ତାଙ୍କ ଭଜନ ଭିଡିଓ

ନୂଆଦିଲ୍ଲୀ : ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି ଆଇଏଏସ୍ ରାଖୀ ଗୁପ୍ତାଙ୍କର ଏକ ଭିଡିଓ। ଏଥିରେ ରାଖୀ ଗୁପ୍ତା ଏକ ଭଜନରେ ନଜର ଆସୁଛନ୍ତି। ତାଙ୍କର ଶ୍ୟାମ ଭକ୍ତି ସ୍ପଷ୍ଟ ଦେଖିି ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି।
‘ମେନ୍ ତୋ ରଟୁଙ୍ଗୀ ରାଧା ନାମ’ ଶୀର୍ଷକ ଏକ ଗୀତରେ ଭକ୍ତିପୂର୍ଣ୍ଣ ଅନ୍ଦାଜରେ ନଜର ଆସିଛନ୍ତି ରାଖୀ। ଅକ୍ଟୋବର ୧୮ ତାରିଖରେ ଏହି ଗୀତଟିକୁ ୟୁଟ୍ୟୁବ୍ରେ ପୋଷ୍ଟ୍ କରାଯିବା ପରେ ଏହା ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ୟୁଟ୍ୟୁବ୍ରେ ଏବେ ସୁଦ୍ଧା ୨ ଲକ୍ଷ ପାଖାପାଖି ଲୋକ ଦେଖି ସାାରିଲେଣି।
ସଢ଼େ ଚାରି ମିନିଟ୍ର ଏହି ଭିଡିଓ ଭଗବାନ କୃଷ୍ଣ ଓ ରାଧାଙ୍କ ଉପରେ ଆଧାରିତ। ଭିିଡିଓରେ ବାଜୁଥିବା ଗୀତକୁ ଗୌରଭ ଦେବ ଓ କାର୍ତ୍ତିକ ଦେବ ରଚନା କରିଛନ୍ତି। ୟୁଟ୍ୟୁବ୍ରେ ଗୀତଟିକୁ ସେୟାର୍ କରାଯାଇ ଲେଖା ଯାଇଥିଲା ‘ରାଖୀ ଗୁପ୍ତା ଏକ ସୁନ୍ଦର କୃଷ୍ଣ ଭଜନ ଗାନ କରିଛନ୍ତି। ଯାହାକି କୃଷ୍ଣ ଓ ବ୍ରଜ ଦେଶ ପ୍ରତି ଜଣେ ଭକ୍ତଙ୍କ ଭକ୍ତିକୁ ବର୍ଣ୍ଣନା କରିଛି।’ ଭିଡିଓଟିକୁ କୃଷ୍ଣଙ୍କ ଜନ୍ମସ୍ଥାନ ବୃନ୍ଦାବନରେ ସୁଟିଂ କରାଯାଇଛି।