ଭାଇରାଲ ହେଉଛି ଉର୍ବଶୀଙ୍କ ଭିଡିଓ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଦୁଇଟି ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାକୁ ତାଙ୍କ ଫ୍ୟାନ୍‌ମାନେ ପସନ୍ଦ କରିବା ସହିତ ପ୍ରଶଂସା କରୁଛନ୍ତି। ଭିଡିଓଟି ଭାଇରାଲ ହେଉଛି।

ସୋଶାଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଛନ୍ତି ଅଭିନେତ୍ରୀ ଉର୍ବଶୀ। ସେଥିପାଇଁ ସେ ବିଭିନ୍ନ ସମୟରେ ସେ ନିଜର ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି। ତାହାକୁ ଦେଖି ସେଗୁଡ଼ିକୁ ଦେଖି ଫ୍ୟାନ୍‌ମାନେ ଲାଇକ୍ କରନ୍ତି। ଆଉ କମେଣ୍ଟ ମଧ୍ୟ ଦିଅନ୍ତି। ଏବେ ଉର୍ବଶୀ ପୋଷ୍ଠ କରିଥିବା ଭିଡିଓରେ ‘ଦ ଫ୍ଲାଇଂ ଶିଖ୍‌’ ନାଁରେ ପରିଚିତ ମିଲ୍‌ଖା ସିଂହଙ୍କ ପାଦ ଛୁଇଁ ଉର୍ବଶୀ ଆର୍ଶୀବାଦ ନେବା ସହିତ ତାଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟିକୁ ସେଆର କରି ଉର୍ବଶୀ ଲେଖିଛନ୍ତି ମିଲ୍‌ଖା ସିଂହ ସାର୍‌ଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ଭେଟି ସେ ଚମତ୍କାର ଓ ଅବିଶ୍ୱସନୀୟ ଅନୁଭବ ପାଇଛନ୍ତି। ବିମାନବନ୍ଦରରେ ଉର୍ବଶୀ ମିଲ୍‌ଖା ସିଂହଙ୍କୁ ହଠାତ୍ ଭେଟିଥିଲେ। ତାଙ୍କ ପ୍ରତି ଉର୍ବଶୀଙ୍କର ବିନମ୍ରତାକୁ ଦେଖି ଲୋକେ ପ୍ରଶଂସା କରୁଛନ୍ତି। ଏବେ ଉର୍ବଶୀ ତେଲୁଗୁ ଫିଲ୍ମ ‘ବ୍ଲାକ୍ ରୋଜ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ମତାମତ ଦିଅନ୍ତୁ ।