ଭକ୍ତ ଓ ସେବକଙ୍କ ଚିକିତ୍ସା ପାଇଁ ଶ୍ରୀମନ୍ଦିର ନିକଟରେ ହେବ ପ୍ରାଥମିକ ସହାୟତା କେନ୍ଦ୍ର

ପୁରୀ : ଶ୍ରୀମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର କରାଯିବ। କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏହି କେନ୍ଦ୍ର ପର୍ଯ୍ୟଟକ, ଭକ୍ତ, ସେବକ ଓ ମନ୍ଦିର ଅଧିକାରୀଙ୍କ ଚିକିତ୍ସା ପାଇଁ ହେବ ସହାୟକ। ଏହାବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ଡାକ୍ତରଖାନାକୁ ସ୍ଥାନାନ୍ତର ନିମନ୍ତେ ବ୍ୟବସ୍ଥା କରାଯିବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।

ମୁଖ୍ୟ ପ୍ରଶାସକ ଶ୍ରୀ କୁମାରଙ୍କ ସୂଚନ ଅନୁଯାୟୀ ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ। ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ। ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ୟ ପାଇଁ ପ୍ରତ୍ୟେକ ନୋଡାଲ୍ ଅଧିକାରୀଙ୍କୁ ସିଡିଏମଓ ଓ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯିବ। ଏହି ପ୍ରାଥମିକ ସହାୟତା କେନ୍ଦ୍ରର ଉଦଘାଟନ ଆସନ୍ତା ଏପ୍ରିଲ ୧୪ ତାରିଖ ମହାବିଷୁଭ ସଂକ୍ରାନ୍ତି ଦିନ କରାଯିବ।

Leave a Reply

Your email address will not be published. Required fields are marked *

Back to top button