ଭଲ ବ୍ରେକ୍‌ ଅପେକ୍ଷାରେ ଅସୀମା

ମୁମ୍ବାଇ: ‘ତୋ ଗାଲର କଳାଜାଈ’ରୁ ନେଇ ‘ମୋ ଧନ ଭାଙ୍ଗି ଦେଇଗଲା ମୋ ମନ’ । କେତେବେଳେ ଧୁମ୍‌ଧଡ଼ାକା ଗୀତ ତ’ ଆଉ କେତେବେଳେ ଦୁଃଖ ଭରା ଗୀତର ତାଳେତାଳେ ନିଜର ଅଭିନୟ ଯାଦୁରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇପାରିଛନ୍ତି ଯୁବ ଅଭିନେତ୍ରୀ ଅସୀମା ପତି ।  ନିଜର ଅଭିନୟ ଓ ନାଚରେ ଏବେ ସେ ୟୁଟ୍ୟୁବ୍‌ରେ ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି ।

ଅଭିନୟକୁ ନିଶା ଭାବେ ଆପଣେଇଥିବା ଅସୀମା ଏବେ ଆଗକୁ ଫିଲ୍ମରେ ମୁଖ୍ୟ ଭମିକାରେ ଆସିବା ପାଇଁ ଜୋର୍‌ଦାର୍‌ ପ୍ରୟାସ ଚଳାଇଛନ୍ତି । ମ୍ୟୁଜିକ୍‌ ଭିଡିଓରେ ସେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ଏବେ ଫିଲ୍ମ ଜଗତରେ ପାଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍‌ରେ ଘରେ ରହି ମିରର୍‌ ସାମ୍ନାରେ ଅଭ୍ୟାସ ଜାରି ରଖିଛନ୍ତି । ସକାଳୁ ସଞ୍ଜ ଯାଏଁ ଅଭିନୟ ଓ ନୃତ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । 

ପୂର୍ବରୁ ଅନେକ ଥର ତାଙ୍କୁ ମ୍ୟୁଜିକ୍‌ ଭିଡିଓରେ ମୁଖ୍ୟ ଭୂମିକାରେ ଦର୍ଶକ ପସନ୍ଦ କରିଛନ୍ତି । ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ଦର୍ଶକଙ୍କୁ ପସନ୍ଦ ଆସିବେ ବୋଲି ଆଶା କରୁଛନ୍ତି । ସେ କହନ୍ତି, ମୋତେ ଅନେକ ସିରିଏଲ୍‌ ଓ ମ୍ୟୁଜିକ୍‌ ଭିଡିଓରେ ନେଗେଟିଭ୍‌ ଭୂମିକାରେ କାମ କରିବାକୁ ସୁଯୋଗ ମିଳିଛି । ଫିଲ୍ମରେ କାମ କରିବାକୁ ମୁଁ ଭଲ ବ୍ରେକ୍‌ ଅପେକ୍ଷାରେ ଅଛି ।

ମତାମତ ଦିଅନ୍ତୁ ।