ଭଲ୍‌ବ୍ଡ ରେସ୍‌ପିରେଟର୍‌ ଏନ୍‌-୯୫ ମାସ୍କ ବ୍ୟବହାର ମନା

ନୂଆଦିଲ୍ଲୀ : ଭାଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଥିବା ଏନ୍‌-୯୫ ମାସ୍କ କରୋନା ସଂକ୍ରମଣକୁ ରୋକିପାରେ ନାହିଁ। ଏହାର ବ୍ୟବହାର ହାନିକାରକ ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠିଲେଖି ଅବଗତ କରାଇଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଭାଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଥିବା ଏନ୍‌-୯୫ ମାସ୍କର ଉଚିତ ବ୍ୟବହାର କ୍ଷତିକାରକ। ଏହି ମାସ୍କ ଭିତରକୁ ଭାଇରସ୍‌ ଥରେ ପଶିଲେ ଆଉ ବାହାରକୁ ବାହାରିବାର ସୁବିଧା ସେଥିରେ ନାହିଁ। ତେଣୁ ଗୃହ ନିର୍ମିତ ସାଧାରଣ କପଡ଼ା ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଅଫିସିଆଲ୍ ୱେବସାଇଟ୍‌ରେ ଡିଜିଏଚ୍‌ଏସ୍ ରାଜୀବ ଗର୍ଗ କହିଛନ୍ତି କ୍ଷତିକାରକ ଏନ୍‌-୯୫ ମାସ୍କ ବ୍ୟବହାର ନକରି ଘରେ ତିଆରି ହୋଇଥିବା ସାଧାରଣ କପଡ଼ା ମାସ୍କରେ ମୁହଁ ଢାଙ୍କିବା ଉଚିତ। ଗତ ଏପ୍ରିଲ୍‌ ମାସରେ ସରକାର ଜାରି କରିଥିବା ଆଡ୍‌ଭାଜରିରେ କୁହାଯାଇଥିଲା ବାହାରକୁ ଯିବା ସମୟରେ ଘରେ ତିଆରି ହୋଇଥିବା ଫେସ୍‌ମାସ୍କ ପିନ୍ଧିବା ସହିତ ଏହାକୁ ପ୍ରତିଦିନ ଧୋଇବା ଉଚିତ। ଧୋଇବା ସମୟରେ ସାମନ୍ୟ ଲୁଣ ପକାଇବାକୁ ପରାମର୍ଶ ଦିଆଯାଇଥିଲା। ଏହାଛଡା ଜଣକ ଫେସ୍‌ମାସ୍କକୁ ଅନ୍ୟ ଜଣଙ୍କୁ ବ୍ୟବହାର ନ କରିବାକୁ କୁହାଯାଇଥିଲା।

ମତାମତ ଦିଅନ୍ତୁ ।