ଭଞ୍ଜନଗରରେ ବୋମାମାଡ଼: ଜଣେ ମୃତ, ୩ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଅଞ୍ଚଳର ଦଦରଲୁଣ୍ଡା ଗ୍ରାମରେ ବୋମା ଘଟିଛି। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ରାତରେ ବୋମା ମାଡ଼ ଯୋଗୁ ଦଦରଲୁଣ୍ଡା ଗ୍ରାମର କୃଷ୍ଣ ଗୌଡ଼ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।