ଭଞ୍ଜନଗରରେ ତାଣ୍ଡବ ରଚିଲା କାଳବୈଶାଖୀ

ଭଞ୍ଜନଗର : ଭଞ୍ଜନଗର ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବେଗରେ ପବନ ବୋହିବାରୁ ଭାଙ୍ଗିଯାଇଛି ବଡ ବଡ଼ ଗଛ। ରାସ୍ତା ହୋଇଛି ଅବରୋଧ। ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବା ଜଣାପଡିଛି। ।

ଖବର ଅନୁଯାୟୀ ରବିବାର ଅପରାହ୍ନରେ ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀ ହୋଇଛି। ପବନ ଯୋଗୁ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହିତ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଅନେକ ଗ୍ରାମ ଅନ୍ଧାରରେ ରହିଛି। ଅଗ୍ନିଶମବାହିନୀ ପହଞ୍ଚି ଗଛକୁ ଯୁଦ୍ଧକାଳୀନ ଭିତ୍ତିରେ କାଟି ବାଟ ସଫା କରିଛନ୍ତି। ବେଲଗୁଣ୍ଠା ରୋଡ଼, ବାଗ୍ବଦେବୀ ରୋଡ଼, ପାତ୍ର କଲୋନୀ, ତହସିଲଦାରଙ୍କ ବାସଭବନ, ଭେଜିପୁଟ ଆଦି ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡି ଥିବାବେଳେ କର୍ମଚାରୀମାନେ ବିଦ୍ୟୁତ୍ ସେବା ସ୍ଵାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପବନ ଓ ବର୍ଷା ଯୋଗୁଁ ଅନେକ ଟିଣ ଛପର ଉଡି ଯାଇଛି। ପନିପରିବା ଚାଷୀ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button