ଭାରତ ସହ ସମ୍ପର୍କ ଯୋଡ଼ିବାକୁ ନୂଆ ତରିକା ଆପଣେଉଛି ପାକିସ୍ତାନ

0

ଇସଲାମାବାଦ : ଲଙ୍କାରେ ହରି ଶବ୍ଦପରି ଏବେ ଶାନ୍ତି ପ୍ରସଙ୍ଗ ଉଠାଇଛି ପାକିସ୍ତାନ। ସମ୍ପର୍କ ଯୋଡ଼ିବା ପାଇଁ ଆପଣେଉଛି ନୂଆ ତରିକା। ଆତଙ୍କବାଦୀଙ୍କୁ ପାଳିପୋଷି ଭାରତ ପଠାଇ ଯବାନ ଓ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ କହୁଛି ଶାନ୍ତିର କଥା। ଇଣ୍ଡୋ-ପାକ୍ ରିଲେସନ ବୈଠକରେ ପାକିସ୍ତାନ ସେନାର ପ୍ରମୁଖ କମର ଜାଭେଦ ବାଜଓ୍ୱା କହିଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଲେ ପୂର୍ବ ଓ ପଶ୍ଚିମ ଏସିଆରେ ଯୋଗାଯୋଗ ସୁନିଶ୍ଚିତ ହେବ। ଦକ୍ଷିଣ ଓ ମଧ୍ୟ ଏସିଆରେ ଥିବା ସମ୍ଭାବନା ଉନ୍ମୁକ୍ତ ହେବ। ତେଣୁ ଅତୀତକୁ ଭୁଲି ଉଭୟ ଦେଶ ଆଗକୁ ବଢ଼ିବା ଦରକାର। ହେଲେ କଶ୍ମୀର ସମସ୍ୟାର ସମାଧାନ ନହେବା ଯାଏ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ସମ୍ଭବ ନୁହେଁ।

ବାଜଓ୍ୱା କହିଛନ୍ତି ଦୁଇ ଦେଶ ପାଖରେ ପରମାଣୁ ବୋମା ରହିଛି। ଯେଉଁଥିପାଇଁ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ଓ ଅନେକ ସମସ୍ୟା ସମାଧାନର କାରଣ। ବିଶ୍ୱ ପୂର୍ବରୁ ବିଶ୍ୱଯୁଦ୍ଧ ଦେଖିଛି। ଏହା କିପରି ମାନବିକତା ଉପରେ ବିପଦ ସୃଷ୍ଟି କରେ ସମସ୍ତେ ଜାଣନ୍ତି।

ଅନ୍ୟପକ୍ଷରେ ବାଜୱା ଏପରି ମନ୍ତବ୍ୟ ଦେବାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଆମେ ଭାରତ ସହ ସମ୍ପର୍କ ପାଇଁ ଇଚ୍ଛୁକ। କିନ୍ତୁ ପାକିସ୍ତାନ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ହେବବ। ସେମାନେ ଆଗକୁ ନବଢ଼ିବା ଯାଏ ଆମେ କିଛି କରିପାରିବୁ ନାହିଁ।

ଇମ୍ରାନଙ୍କ ମନ୍ତବ୍ୟ ପୂର୍ବରୁ ଗତ ମାସରେ ଭାରତ କହିଥିଲା ଆତଙ୍କବାଦ, ଶତ୍ରୁତା ଓ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସମ୍ପର୍କ ରଖିବାକୁ ଚାହୁଁଛି। ଆତଙ୍କବାଦ ଉପସ୍ଥିତିରେ ଭାରତ କୌଣସି କଥାବାର୍ତ୍ତା କରିବ ନାହିଁ। ଏହାଛଡା ଭାରତ କହିଥିଲା “ଆଲୋଚନା ଓ ଆତଙ୍କ” ଏକାଠି ହୋଇପାରିବ ନାହିଁ। ଏଥିପାଇଁ ଭାରତ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଇସଲାମାବାଦ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର।

ସେହିପରି ଇମ୍ରାନ୍ ବୁଧବାର କହିଥିଲେ ପାକିସ୍ତାନ ସହ ଶାନ୍ତି ସ୍ଥାପନ କରି ଭାରତ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବ। ଏହାଦ୍ୱାରା ନୂଆଦିଲ୍ଲୀ ପାକିସ୍ତାନୀ ଅଞ୍ଚଳ ଦେଇ ନିଜର ଅର୍ଥନୀତି ମଜବୁତ କରିବା ସହିତ ଏସିଆରେ ନିଜର ପ୍ରଭାବ ରଖିପାରିବ। ମଧ୍ୟ ଏସୀୟକୁ ସିଧାସଳଖ ପାକିସ୍ତାନ ଦେଇ ରାସ୍ତା ରହିଛି। ମଧ୍ୟ ଏସିଆ ତୈଳ ଓ ଗ୍ୟାସରେ ଭରପୂର ଥିବାରୁ ଭାରତ ପାକିସ୍ତାନ ସହ ସମ୍ପର୍କ ରଖିବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଇମ୍ରାନ୍ ମତ ଦେଇଥିଲେ।

Leave A Reply

Your email address will not be published.