ଭାରତକୁ ସହାୟତା ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଚିନ୍ତା ପ୍ରକଟ କରିଛି। ଭାରତ ସରକାରଙ୍କୁ ଅତିରିକ୍ତ ସହାୟତା ସହ ସ୍ଵାସ୍ଥ୍ୟସେବା କର୍ମୀ ଯୋଗାଇ ଦେବାକୁ ଯୋଜନା କରିଥିବା ହ୍ଵାଇଟ୍‌ ହାଉସ୍‌ର ଜଣେ ମୁଖପାତ୍ରୀ କହିଛନ୍ତି।

ଭାରତବାସୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଭୟାବହ କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ରହିଥିବା ଭାରତବାସୀଙ୍କ ପ୍ରତି ଆମର ସମବେଦନା ରହିଛି। ଭାରତବାସୀ ଓ ଭାରତୀୟ ସ୍ଵାସ୍ଥ୍ୟ ସେବା ନାୟକମାନଙ୍କୁ ଆମେ ଅବିଳମ୍ବେ ଅତିରିକ୍ତ ସହାୟତା ଯୋଗାଇ ଦେବୁ।

ସେହିପରି ହ୍ଵାଇଟ୍‌ ହାଉସ୍‌ର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍‌ ସଲିଭାନ୍‌ କହିଛନ୍ତି ଭାରତରେ କୋଭିଡ୍‌-୧୯ ଭୀଷଣ ବ୍ୟାପିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍‌ ଉଦ୍‌ବିଗ୍ନ। ସାହସର ସହ ଭାରତରେ ଏହି ମହାମାରୀର ମୁକାବିଲା କରୁଥିବା ଆମର ବନ୍ଧୁ ଓ ଅଂଶୀଦାରମାନଙ୍କୁ ଅଧିକ ସାମଗ୍ରୀ ଏବଂ ସହାୟତା ଯୋଗାଇ ଦେବା ପାଇଁ ଆମେ ଅହର୍ନିଶ କାର୍ଯ୍ୟ ଚଳାଇଛୁ।

Leave a Reply

Your email address will not be published. Required fields are marked *

Back to top button