ଭରତପୁର କୋଇଲା ଖଣି ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ

ଅନୁଗୁଳ : ତାଳଚେର ଭରତପୁର କୋଇଲା ଖଣିର ରିଜିଓନାଲ ଷ୍ଟୋରରେ ଆଜି ଅଗ୍ନିକାଣ୍ଡ ଘଟିଛି। ଜଳିଯାଇଛି ପ୍ରାୟ ୫୪ଟି ବଡ଼ ଗାଡି ଟାୟାର। ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଅଗ୍ନିଶମ ବାହିନୀର ୭ଟି ଗାଡି ନିୟୋଜିତ ହୋଇଥିଲେ ହେଁ ନିଆଁ ଲିଭିନଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଷ୍ଟୋର ପଟରେ ଥିବା ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଥିଲା। ସେହି ନିଆଁ ଷ୍ଟୋରରେ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ତାଳଚେର, ଭରତପୁର ସମେତ ତିନୋଟି କୋଇଲା ଖଣିର ଅଗ୍ନିଶମ ଗାଡି ଆସି ନିଆଁ ଲିଭାଇବା କାମରେ ଲାଗିଥିବା ଜଣାପଡିଛି।