ଭାରତର ଲିପୁଲେଖ ଅଞ୍ଚଳରେ ସେନା ମୁତୟନ କରିଛି ଚୀନ୍

ଡେରାଡୁନ : ଭାରତର ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନୀକୁ ନେପାଲ ନୂଆ ମାନଚିତ୍ରରେ ଦର୍ଶାଇ ନିଜର ବୋଲି ଦାବି କରିଥିଲା। ଏବେ ଉତ୍ତରାଖଣ୍ଡର ଲିପୁଲେଖରେ ଅଞ୍ଚଳରେ ଚୀନ୍‌ ପ୍ୟୁପିଲସ୍ ଆର୍ମି (ପିଏଲଏ)ର ଗୋଟିଏ ବଟାଲିୟନ ମୁତୟନ କରିଛି। ଲିପୁଲେଖ ପାସ୍‌, ଉତ୍ତର ସିକ୍କିମ ଓ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଏଲଏସିର କିଛି ଅଞ୍ଚଳରେ ଚୀନ ସୈନ୍ୟ ଠୁଳ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଲିପୁଲେଖ ଭାରତ-ଚୀନ-ନେପାଳ ଟ୍ରାଇ ଜଙ୍କସନରେ ରହିଛି। ଲିପୁଲେଖ ପାସ୍ ନିକଟରେ ଚୀନ୍‌ ପ୍ରାୟ ଏକ ହଜାର ସୈନ୍ୟ ମୁତୟନ କରିଥିବା ଅନୁମାନ କରାଯାଉଛି। ତେବେ ସେମାନେ ଭାରତୀୟ ସୀମାଠାରୁ ଦୂରରେ ରହିଥିବା ଜଣେ ସୈନ୍ୟ ଅଧିକାରୀ କହିଛନ୍ତି। ଚୀନ୍‌ ଏହି ପ୍ରସ୍ତୁତକୁ ଦୃଷ୍ଟିରେ ରଖି ଭାରତ ଅନୁରୂପ ସୁରକ୍ଷା ପଦକ୍ଷେପ ନେଇଛି। ସୀମାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିବା ସହିତ ଚୀନ୍‌ ଓ ନେପାଳ ଉଭୟ ଦେଶ ଉପରେ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ ଏଲଏସି ନିକଟବର୍ତ୍ତୀ ଦୃଶ୍ୟରେ ଏବେ ଲଗାତାର ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଲଦ୍ଦାଖ ବ୍ୟତୀତ ଚୀନ୍‌ ସେନା ଏଲଏସିର ଅନ୍ୟ ସ୍ଥାନମାନଙ୍କରେ ସେମାନଙ୍କ ଉପସ୍ଥିତି ବଢାଇବାରେ ଲାଗିଛନ୍ତି। ଚୀନ ସେନାଙ୍କ ଚଳପ୍ରଚଳକୁ ନଜରରେ ରଖି ଭାରତ ନିଜ ସତର୍କ ରହିଥିବା ବେଳେ ସୀମାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହିତ ଆଗାମୀ ଶୀତ ଋତୁରେ ସୈନ୍ୟଙ୍କ ଅବସ୍ଥାନ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବା ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।