ଭାରତରେ ୨୦୦ ଆପ୍ ତିଆରି ହୋଇଛି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର। ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏକ ତଥ୍ୟ ସୁରକ୍ଷା ଆଇନ ଆଣୁଛନ୍ତି। ଯାହାର ଯାଞ୍ଚ ସଂସଦର ଏକ ଚୟନ କମିଟି ଦ୍ୱାରା କରାଯାଉଥିବା କହିଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ।

ଭିଡିଓ କନଫରେନ୍ସ ଜରିଆରେ ଡାଟା ସୁରକ୍ଷା ଉପରେ ଠାକୁର ପ୍ରସାଦ ମେମୋରିଆଲ ଲେକ୍ଚରକୁ ଶନିବାର ସମ୍ବୋଧିତ କରି ରବି ଶଙ୍କର ପ୍ରସାଦ କହିଛନ୍ତି। ଜାତୀୟ ସୁରକ୍ଷା ତଥା ତଥ୍ୟ ଗୋପନୀୟତା କାରଣରୁ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ଭାରତ ୨୦୦ଟି ନୂତନ ଆପ୍ ତିଆରି କରିଛି। ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରକୁ ନେଇ ସେ କହିଲେ ୨୦୧୪ରେ ଭାରତରେ ଦୁଇଟି ୟୁନିଟ୍ ଥିଲା। ବର୍ତ୍ତମାନ ୨୬୦ଟି ଅଛି। ଭାରତ ନମ୍ବର ୫ରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନରେ ପରିଣତ ହୋଇଛି। କିନ୍ତୁ ଏହାକୁ ୧ନମ୍ବର କରିବା ପାଇଁ ପ୍ରୟାସ ହେଉଛି।

ମତାମତ ଦିଅନ୍ତୁ ।