ଭାରତରେ ଏକେ-୪୭ ୨୦୩ ରାଇଫଲ୍‌ ନିର୍ମାଣ ପାଇଁ ରାଜିନାମା

ମସ୍କୋ : ଭାରତରେ ଏକେ-୪୭ ୨୦୩ ରାଇଫଲ୍ ନିର୍ମାଣ ହେବ। ଏଥିପାଇଁ ଭାରତ ଓ ରୁଷ୍ ରାଜିନାମା ଚୂଡ଼ାନ୍ତ କରିଥିବା ରୁଷ୍‌ର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ଏକେ-୪୭ ୨୦୩ ହେଉଛି ଏକେ-୪୭ ରାଇଫଲ୍‌ର ସଦ୍ୟ ଓ ଉନ୍ନତ ସଂସ୍କରଣ। ଏହା ‘ଇଣ୍ଡିଆନ୍ ସ୍ମଲ୍‌ ଆର୍ମସ୍‌ ସିଷ୍ଟମ୍ (ଆଇଏନ୍‌ଏସ୍‌ଏଏସ୍) ୫. ୫୬x୪୫ ଏମ୍‌ଏମ୍ ଆସଲ୍‌ଟ୍‌ ରାଇଫଲ୍‌ ସ୍ଥାନରେ ବ୍ୟବହାର କରାଯିବ।

ଭାରତୀୟ ସେନାବାହିନୀର ପ୍ରାୟ ୭୭୦, ୦୦୦ ଏକେ-୪୭ ୨୦୩ ରାଇଫଲ୍ ଆବଶ୍ୟକ। ସେଥିରୁ ୧୦୦, ୦୦୦ ଆମଦାନି କରାଯିବ। ବାକି ଭାରତରେ ନିର୍ମାଣ କରାଯିବ ବୋଲି ରୁଷ୍‌ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ସ୍ପୁଟ୍‌ନିକ୍‌’ କହିଛି। ସୂଚନାଯୋଗ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ମସ୍କୋ ଗସ୍ତରେ ଅଛନ୍ତି।

ମତାମତ ଦିଅନ୍ତୁ ।