ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନି: କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନଥିବା କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କିଛି କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛନ୍ତି, କିନ୍ତୁ ତାହା ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ସଙ୍କେତ ଦେଉନାହିଁ ।

ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଦେଶରେ ୨୪ ଘଣ୍ଟାରେ ୨୪,୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି। ସମଗ୍ର ଦେଶରେ ଏବେ ୭୭୧୮୬୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୧,୧୭୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ମତାମତ ଦିଅନ୍ତୁ ।