ଭାରତରେ ମେ’ ପହିଲାରେ ପହଞ୍ଚିବ ରୁଷିଆ ଟିକା

ନୂଆଦିଲ୍ଲୀ : ରୁଷିଆ ଦ୍ଵାରା ପ୍ରସ୍ତୁତ ସ୍ପୁଟନିକ–ଭି ଟିକାର ପ୍ରଥମ ବ୍ୟାଚ୍ ଆସନ୍ତା ମେ’ ପହିଲାରେ ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି।

ଭାରତରେ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଥିବା ସମୁହ ଟିକାକରଣକୁ ବ୍ୟାପକ କରାଯିବ। ମେ’ ପହିଲାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ। ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ପୂର୍ବରୁ କୋଭିସିଲ୍ଡ ଓ ଦେଶୀଟିକା କୋଭାକ୍ସିନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଥିଲେ। ଗତ ୧୨ ତାରିଖରେ ରୁଷିଆ ଟିକା ସ୍ପୁଟନିକ–ଭିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଥିବାରୁ ଏଥର ଟିକାକରଣରେ ସ୍ପୁଟନିକ–ଭି ସହାୟକ ହେବ।

Leave a Reply

Your email address will not be published. Required fields are marked *

Back to top button