ଭାରତରେ ନୋକିଆ ୩.୪ ବିକ୍ରି ଆରମ୍ଭ

0

ଭୁୁବନେଶ୍ୱର : ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଘୋଷଣା ନୋକିଆ ଫୋନ ୩.୪ ଭାରତରେ ଫୋଡ୍‌ର୍, ଡସ୍କ୍ ଓ ଚାର୍‌କୋଲ୍ ରଙ୍ଗ ବିକଳ୍ପରେ ଉପଲବ୍ଧ ହୋଇଛି। ଏଥିରେ ୪/୬୪ ଜିବି ରାମ୍‌/ରୋମ୍ ବିକଳ୍ପ ରହିଛି। ଏହାର ମୂଲ୍ୟ ୧୧,୯୯୯ ଟଙ୍କା।

ନୋକିଆ ୩.୪ ଫୋନ ରିଟେଲ୍ ଆଉଟ୍‌ଲେଟ୍ ଓ ଇ-କମର୍ସ ପ୍ଲାଟ୍‌ଫର୍ମ ଯଥା ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ନୋକିଆ ଡଟ୍ କମ୍‌ରେ ବିକ୍ରି ପାଇଁ ଉପଲବ୍ଧ। ଏଥିସହିତ ନୋକିଆ ୩.୪ର ଗ୍ରାହକମାନେ ଜିଓ ପକ୍ଷରୁ ୪୦୦୦ ଟଙ୍କାର ଲାଭ ପାଇପାରିବେ। ୩୪୯ ଟଙ୍କା ରିଚାର୍ଜରେ ୨୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍ ଓ ୨୦୦୦ ଟଙ୍କା ମୂଲ୍ୟର ସହଯୋଗୀଙ୍କ ଭାଉଚର୍। ଏହି ଅଫର୍ ଜିଓର ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କୁ ମିଳିବ। ନୋକିଆ ଡଟ୍ କମ୍‌/ଫୋନସ୍ ମାଧ୍ୟମରେ କିଣା ହେଉଥିବା ସବୁ ଫୋନ୍ ଉପରେ ଏହି ଅଫର୍ ମିଳିବ।

ନୋକିଆ ୩.୪ରେ ରହିଛି କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର୍‌, ୬.୩୯ ଇଂଚର ଏଚ୍‌ଡି+ ସ୍କ୍ରିନ୍‌, ପଂଚ୍‌ହୋଲ୍ ଡିସ୍‌ପ୍ଲେ। ଯାହା ପ୍ରଥମଥର ପାଇଁ ନୋକିଆ ୩-ସିରିଜ୍ ଫୋନ୍‌ରେ ବ୍ୟବହାର କରାଯାଇଛି। ପଛରେ ଟ୍ରିପଲ୍ କ୍ୟାମେରା, ଅଲଟ୍ରା ୱାଇଡ୍ ଲେନ୍ସ ଓ ଏଆଇ ଇମେଜିଂ। ଦୁଇ ଦିନର ବ୍ୟାଟେରି ଜୀବନ ପ୍ରଦାନ କରୁଥିବା ଏହି ଫୋନ୍ ଉପରେ ତିନିବର୍ଷ ପାଇଁ ମାସିକିଆ ସିକ୍ୟୁରିଟି ଅପ୍‌ଡେଟ୍ ଓ ଦୁଇବର୍ଷର ସଫ୍‌ଟଓୟାର୍ ଅପ୍‌ଡେଟ୍ ସୁବିଧା ମିଳିବ। ଏଥିରେ ଗୁଗୁଲ୍ ପଡ୍‌କାଷ୍ଟ୍‌ସ୍ ସୁବିଧା ରହିଛି ଯାହା ମାଧ୍ୟମରେ ଲୋକପ୍ରିୟ ସୋ’ଗୁଡ଼ିକୁ ଶୁଣିହେବ। କମେଡି, ଖବର ଓ ବ୍ୟବସାୟ ସୂଚନା ହାସଲ କରିହେବ।

ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଇଣ୍ଡିଆ ଉପସଭାପତି ସନ୍‌ମିତ୍ ସିଂହ କହିଛନ୍ତି ଭାରତକୁ ବହୁ ପ୍ରତୀକ୍ଷିତ ନୋକିଆ ୩.୪ ଫୋନ୍ ଆଣି ଆମେ ଉଲ୍ଲସିତ। ଏହା ହେଉଛି ଏକ ଅଲ୍‌ରାଉଣ୍ଡର୍ ସ୍ମାଟ୍‌ର୍ଫୋନ୍ ଯାହା ଉଲ୍ଲେଖନୀୟ ପ୍ରଦର୍ଶନ, ଶକ୍ତି ଓ ବ୍ୟବହାର ଅନୁଭୁତି ପ୍ରଦାନ କରିବ। ଏଥିରେ ଷ୍ଟାଇଲିସ୍ ଲୁକ୍‌ର ପ୍ୟାକେଜ୍ ମଧ୍ୟ ରହିଛି।

ସେହିପରି ଗୁଗୁଲ୍ ପଡ୍‌କାଷ୍ଟ୍‌ସ୍ ପ୍ରଡକ୍ଟ ଲିଡ୍‌ ଗାବେ ବେଣ୍ଡର୍‌ କହିଛନ୍ତି କିଛି ବର୍ଷ ଭିତରେ ଭାରତ ଓ ସାରା ବିଶ୍ୱରେ ପଡ୍‌କାଷ୍ଟ୍‌ରେ ବଡ଼ଧରଣର ପରିବର୍ତନ ହୋଇଛି। ଯେଉଁଥିରେ ବ୍ୟବହାରକାରୀମାନେ ସୂଚନା ପାଇବା ଓ ମନୋରଂଜନ ପାଇଁ ଅଡିଓ ସହ ଯୋଡ଼ି ହୋଇଛନ୍ତି। ନୋକିଆ ଫୋନ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ରୋମାଂଚିତ ଯାହା ସମସ୍ତ ନୋକିଆ ୩.୪ ଫୋନ୍ ବ୍ୟବହାରକାରୀଙ୍କୁ ସେମାନଙ୍କ ଲୋକପ୍ରିୟ ସୋ’ ଶୁଣିବା ଓ ଗୁଗୁଲ୍ ପଡ୍‌କାଷ୍ଟ୍‌ସ୍‌ରେ ନୂଆ କିଛି ସନ୍ଧାନ କରିବା ସହଜ କରିବ।

Leave A Reply

Your email address will not be published.