ଭାରତରେ ଓଲା ଲଞ୍ଚ୍ କରିବ ଇଲେକ୍ଟ୍ରିକ୍ ସ୍କୁଟର୍

ନୂଆଦିଲ୍ଲୀ : ଭାରତରେ କ୍ୟାବ ସେବା ଯୋଗାଉଥିବା କମ୍ପାନୀ ଓଲା ଖୁବ ଶୀଘ୍ର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଭାରତରେ ମେନୁଫେକଚରିଂ ହବ କରିବାକୁ କମ୍ପାନୀ ବିଚାର କରୁଥିବା ବେଳେ ଏଥିପାଇଁ କିଛି ରାଜ୍ୟର ରାଜ୍ୟ ସରକାରଙ୍କ ସହ ଆଲୋଚନା ଓଲା ସ୍କୁଟର ପାଇଁ ନେଦରଲ୍ୟାଣ୍ଡର ଏକ କମ୍ପାନୀକୁ ଅଧିଗ୍ରହଣ କରିଛି। ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ସ୍କୁଟର ଲଞ୍ଚ କରିବାର ସମ୍ଭାବନା ରହିଛି।

ଓଳା ଅଧିଗ୍ରହଣ କରିଥିବା Etergo BV କମ୍ପାନୀ ଯେଉଁ ଇଲେକ୍ଟ୍ରିକ ସ୍କୁଟର ତିଆରି କରିଛି ତାହାକୁ ଥରେ ଚାର୍ଜ କଲେ ପାଖାପାଖି ୨୪୦ କିଲୋମିଟର ଚାଲିବ। କମ ଟଙ୍କାରେ ଅଧିକ ମାଇଲେଜ ଦେଉଥିବା ଏହି ସ୍କୁଟର ଭାରତକୁ ଆଣିବା ଓଲାର ଉଦ୍ଦେଶ୍ୟ। ବର୍ତ୍ତମାନ ଭାରତରେ ଦୁଇ କୋଟି ସ୍କୁଟର ଥିବା ବେଳେ ଏଠାରେ ଇଲେକ୍ଟ୍ରିକ ସ୍କୁଟରର ଭବିଷ୍ୟତ ଉଜ୍ବଳ। ସେଥିପାଇଁ ଓଲାର ଇଲେକ୍ଟ୍ରିକ ସ୍କୁଟର Etergo BV ପ୍ଲାଣ୍ଟରେ ତିଆରି ହେବ। କିନ୍ତୁ ଓଲା ଚାହୁଁଛି ସେ ଭାରତରେ ସମ୍ପୂର୍ଣ ଉତ୍ପାଦନ କରୁ। କାରଣ ଭାରତରେ ତିଆରି ହେଲେ କମ ଖର୍ଚ୍ଚ ହେବ। ଯେଉଁଥିପାଇଁ କମ୍ପାନୀ ଅନେକ ରାଜ୍ୟ ସହ ଆଲୋଚନା କରୁଛି।

ମତାମତ ଦିଅନ୍ତୁ ।