ଭାରତୀୟ ବଜାରରେ ଲଞ୍ଚ ହେଲା ଟ୍ରାୟମ୍ପ ରକେଟ୍‌ ୩ ଜିଟି

ନୂଆଦିଲ୍ଲୀ : ଟ୍ରାୟମ୍ପର ସବୁଠାରୁ ଦାମୀ ବାଇକ୍‌ ରକେଟ୍‌ ୩ଜିଟି ଏବେ ଭାରତ ବଜାରରେ ଉପଲବ୍ଧ। ସ୍ପୋର୍ଟି ଲୁକ୍‌ ଓ ଆକର୍ଷଣୀୟ ଡିଜାଇନ୍‌ ଏହାକୁ ସ୍ୱତନ୍ତ୍ର କରୁଛି। ଏହି ଗାଡିରେ ୨୫୦୦ ସିସିର ଇଞ୍ଜିନ୍‌। କମ୍ପାନି ଅନୁସାରେ ଏହା ବିଶ୍ୱର ସର୍ବବୃହତ୍‌ ପ୍ରଡକ୍ସନ ମୋଟର୍‌ସାଇକେଲ ଇଞ୍ଜିନ। ଟ୍ରାୟମ୍ପ ପୋର୍ଟଫୋଲିଓରେ ଏହା ସବୁଠାରୁ ଦାମୀ ବାଇକ୍‌। ରକେଟ୍‌ ୩ଜିଟିର ମୂଲ୍ୟ ରହିଛି ୧୮.୪ ଲକ୍ଷ ଟଙ୍କା। ସିଲ୍‌ଭର ଆଇସ୍‌, ଷ୍ଟର୍ମ ଗ୍ରେ ଓ ଫାଣ୍ଟମ୍‌ ବ୍ଲାକ୍‌ ୩ଟି ରଙ୍ଗରେ ଉପଲବ୍ଧ ହେଉଛି।

ମତାମତ ଦିଅନ୍ତୁ ।