ଭାରତୀୟଙ୍କୁ ମିଳିବ ଫ୍ରି’ରେ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ : ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସ୍ ଭ୍ୟାକସିନ ଉପରେ ସାରା ବିଶ୍ଵ ଭରସା କରିଛି। ଅନ୍ୟ ଦେଶରେ କରୋନା ଟିକା ପ୍ରସ୍ତୁତି ଚାଲିଥିବା ବେଳେ ଅକ୍ସଫୋର୍ଡ ଭ୍ୟାକସିନକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଭାରତରେ ଏହି ଭ୍ୟାକସିନ ଉତ୍ପାଦନ ପାଇଁ ସୀରମ୍ ଇନଷ୍ଟିଚ୍ୟୁକୁ ମିଳିଛି ଅନୁମତି। ଖବର ଅନୁଯାୟୀ ଭାରତ ସରକାର ସୀରମ୍ ଇନଷ୍ଟିଚ୍ୟୁଟରୁ ଭ୍ୟାକସିନ୍ କିଣି ଲୋକଙ୍କୁ ମାଗଣାରେ ଦେବ।

ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ ଭାରତ ସରକାର ସଙ୍କେତ ଦେଇଛନ୍ତି ଇନଷ୍ଟିଚ୍ୟୁଟରୁ ସିଧା ଭ୍ୟାକସିନ କିଣିବେ। ସରକାର ଏଭଳି ଯୋଜନା ଦ୍ଵାରା ଲୋକଙ୍କୁ ମାଗଣାରେ ଭ୍ୟାକସିନ ମିଳିବ। ସୀରମ୍ ଇନଷ୍ଟିଚ୍ୟୁଟରୁ ଆଗାମୀ ବର୍ଷ ଜୁନ୍ ପର୍ଯ୍ୟନ୍ତ ସରକାର ୬୮ କୋଟି ଡୋଜ୍ ଦାବି କରିଥିବା ବେଳେ ଭ୍ୟାକସିନର ଟ୍ରାଏଲ ଦ୍ରୁତ ଭାବେ ପୂରଣ କରିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭ୍ୟାକସିନ ସଫଳ ଘୋଷିତ ହେବାପରେ ଲୋକମାନଙ୍କୁ ରାଷ୍ଟ୍ରୀୟ ଟୀକାରଣ କାର୍ଯ୍ୟକ୍ରମ ଜରିଆରେ ମାଗଣରେ ଭ୍ୟାକସିନ୍ ଦିଆଯିବ।

ମତାମତ ଦିଅନ୍ତୁ ।