ଭର୍ଚ୍ୟୁଆଲ୍‌ ଜଳବାୟୁ ଶିଖର ସମ୍ମିଳନୀକୁ ମୋଦିଙ୍କୁ ବାଇଡେନ୍‌ଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ୍‌ ୨୨ ଓ ୨୩ରେ ହେବ ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ୪୦ଜଣ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାରିସ୍‌ ରାଜିନାମାକୁ ଫେରାଇ ନେବାଲାଗି ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନ ରାଷ୍ଟ୍ରପତି ବାଇଡେନ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହା ପରେ ଜାନୁଆରି ୨୭ ତାରିଖ ଦିନ ଘୋଷଣା କରିଥିଲେ ଜଳବାୟୁ ସଙ୍କଟ ମୁକାବିଲା ନିମନ୍ତେ ପ୍ରମୁଖ ଅର୍ଥନୀତିକମାନେ ଚଳାଇଥିବା ଉଦ୍ୟମକୁ ଏକତ୍ର କରିବାକୁ ସେ ଖୁବ୍‌ ଶୀଘ୍ର ଏକ ସମ୍ମିଳନୀ ଆୟୋଜନ କରିବେ। ମୋଦୀଙ୍କ ବ୍ୟତୀତ ଅଷ୍ଟ୍ରେଲୀଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଓ ଜାପାନୀ ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଚୀନା ରାଷ୍ଟ୍ରପତି ଚି ଜିନ୍‌ପିଙ୍ଗ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button