Breaking Newsଅପରାଧ

ଭାଉଜ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍‌ କରି ଦିଅର ଗିରଫ

ନରସିଂହପୁର : ସମ୍ପର୍କୀୟ ଭାଉଜଙ୍କ ଅଶ୍ଲୀଳ ଭିଡ଼ିଓ ଉ‌ତ୍ତୋଳନ କରି ରଙ୍ଗିଲା ଦିଅର କରୁଥିଲା ଶାରୀରିକ ସମ୍ପର୍କ ପାଇଁ ବ୍ଲାକମେଲିଂ। ଏଥିରେ ସଫଳ ନହେବାରୁ ଭିଡିଓ ଭାଇରାଲ୍‌ କରି ବନ୍ଧା ହୋଇଛି। ଏପରି ଘଟଣା ନରସିଂହପୁର ଥାନା ଅନ୍ତଗର୍ତ ବନ୍ଧୁହୁଡ଼ା ଗ୍ରାମରେ ଘଟିଛି।

ନରସିଂହପୁର ଥାନାରେ ସମ୍ପୃକ୍ତ ମହିଳା କରିଥିବା ଅଭିଯୋଗ ଅନୁଯାୟୀ ସମ୍ପର୍କୀୟ ଦିଅର ଅଶୋକ କୁମାର ମଲ୍ଲିକ ତାଙ୍କ ଅଜାଣତରେ ଅଶ୍ଲୀଳ ଭିଡ଼ିଓ ଉ‌ତ୍ତୋଳନ କରିଥିଲା। ଏହାକୁ ନେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ବାଧ୍ୟ କରିଥିଲା। କଥା ନ ରଖିଲେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍‌ କରିଦେବାକୁ ଦେଇଥିଲା ଧମକ। ‌ସେ ରାଜି ନ ହେବାରୁ ଅଶୋକ ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍‌ କରିଦେଇଥିଲା। ଏହି ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଅଶୋକକୁ ଗିରଫ କରି କୋର୍ଟଚାଲାଣ କରିଛି।

ମତାମତ ଦିଅନ୍ତୁ ।

Back to top button