ଭଉଣୀ ସହ ମୁମ୍ବାଇରୁ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ଭଉଣୀ ରଙ୍ଗୋଲି ସହିତ ମୁମ୍ବାଇରୁ ମାନାଲି ଫେରିଛନ୍ତି। ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ଆସି କିଛି ଦିନ ରହିଥିଲେ। ମୁମ୍ବାଇ ବିମାନବନ୍ଦରରେ କଙ୍ଗନାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କଙ୍ଗନାକୁ ସୁରକ୍ଷା ଦେବା ପାଇଁ ବିମାନବନ୍ଦରରେ ୪୫ରୁ ୫୦ ଜଣ ଯବାନଙ୍କୁ ଦେଖିବାକୁ ମିଳିଥିଲା।

ତେବେ ମୁମ୍ବାଇ ବିମାନବନ୍ଦରକୁ ନିଆଯିବା ବେଳେ ବାଟରେ କୌଣସି ବିକ୍ଷୋଭକାରୀ କିମ୍ବା ସମର୍ଥକଙ୍କୁ ଦେଖିବାକୁ ମିଳିନାହିଁ। ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନା ବିଏମସିକୁ ପ୍ରତିଶୃତି ଦେଇଥଲେ ସେ ସ୍ୱଳ୍ପ ସମୟ ପାଇଁ ମୁମ୍ବାଇ ଆସୁଛନ୍ତି। ତେଣୁ ବିଏମସି ତାଙ୍କୁ ସଙ୍ଗେରୋଧରୁ ମୁକ୍ତ କରିବା ଯୋଗୁ ସେ ନିଜ କଥା ରଖି ମନାଲି ଫେରିଛନ୍ତି।

ମତାମତ ଦିଅନ୍ତୁ ।