ଭୟ କରୁନଥିବା ନେତାଙ୍କୁ କଂଗ୍ରେସ ଆବଶ୍ୟକ କରୁନି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଭୟ କରୁ ନଥିବା ନେତାଙ୍କୁ ଚାହେଁ। ଯେଉଁମାନେ ଦଳରେ ରହି ଡରୁଛନ୍ତି ସେମାନଙ୍କୁ ତଡ଼ି ଦିଆଯାଉ। ଦେଶରେ ଅନେକ ଲୋକ କଂଗ୍ରେସ ବାହାରେ ଅଛନ୍ତି ସେମାନେ କେବେହେଲେ ଡରନ୍ତି ନାହିଁ। ଆମକୁ ସେମାନଙ୍କୁ ଦଳକୁ ଆଣିବାକୁ ପଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଦଳର ସୋଶାଲ ମିଡିଆ ଗ୍ରୁପର ସଦସ୍ୟଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।

ରାହୁଲ କହିଛନ୍ତି ଯେଉଁମାନେ ଆମ ଦଳରେ ରହି ଡରୁଛନ୍ତି ସେମାନଙ୍କୁ ବାହାର କରି ଦିଆଯାଉ। ଦଳ ତୁମାମନଙ୍କୁ ଆବଶ୍ୟକ କରୁନି। ଚାଲି ଯାଅ ଭାଇ ଚାଲି ଯାଅ। ଆରଏସ୍‌ଏସ୍‌ ଆଡ଼କୁ ଦୌଡ଼ି ପଳାଅ। ଆମେ କେବଳ ଭୟ କରୁ ନଥିବା ଲୋକଙ୍କୁ ଚାହୁଁଛୁ। ଏହା ଆମର ଆଦର୍ଶ। ଏହା ମୋର ମୂଳ ବାର୍ତ୍ତା

କୁହାଯାଉଛି କଂଗ୍ରେସରୁ ଜଣଙ୍କ ପରେ ଜଣେ ନେତା ବିଜେପିରେ ମିଶୁ ଥିବାରୁ ରାହୁଲ ଗାନ୍ଧି ଏପରି ବୟାନ ଦେଇଛନ୍ତି। ପୂର୍ବରୁ ରାହୁଲଙ୍କ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିଥିବା ବେଳେ ଏବେ ଜିତିନ ପ୍ରସାଦ ସମାନ ପଦକ୍ଷେପ ନେଇଛନ୍ତି। ସେହିପରି ଦଳର ନେତୃତ୍ୱ ସଙ୍କଟ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିବା ୨୩ ଅସନ୍ତୁଷ୍ଟ ନେତାଙ୍କ ଉଦ୍ଦେଶ୍ୟରେ ରାହୁଲ ଏହା କହିଥିବା ଚର୍ଚ୍ଚା ହେଉଛି। ନିକଟରେ ପ୍ରଶାନ୍ତ କିଶୋର ଦିଲ୍ଲୀ ଆସି ରାହୁଲ, ସୋନିଆ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ଏଠାରେ ପ୍ରସ୍ତୁତ ହୋଇଥିବା ରଣନୀତି ଆଧାରରେ ରାହୁଲ ଗାନ୍ଧି ଏପରି କହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.