ଭେଡେନ୍‌ ଥାନାରେ ଉତ୍ତେଜନା ଓ ଇଟା ପଥର ମାଡ଼

ବରଗଡ଼ : ହତ୍ୟା ଘଟଣାକୁ ନେଇ ଭେଡେନ୍‌ ଥାନାରେ ଉତ୍ତେଜନା। ବୁରଦା ଗାଁର ଗ୍ରାମବାସୀ ପୋଲିସ ଉପରକୁ ଇଟା ଓ ପଥର ମାଡ଼ କରିବାରୁ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ଜୁଲାଇ ୧୮ ତାରିଖରେ ବୁରଦା ଗାଁର ଜିତୁ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସ୍ଥାନୀୟ ପୋଲିସ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘ ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ସେଥିପାଇଁ ଆଜି ଅପରାହ୍ନରେ ବୁରଦା ଗାଁର ପ୍ରାୟ ୨୦୦ ଲୋକ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦେଇଥିଲେ। ପରେ ଥାନା ଘେରାଉ କରିଥିଲେ। ଏହି ସମୟରେ ସେମାନେ ଭଙ୍ଗାରୁଜା କରିବାରୁ ପୋଲିସ ଲାଠିଚାର୍ଜ କରିଥିଲା। କେବଳ ସେତିକି ନୁହେଁ ଜିତୁ ନାଏକଙ୍କ ମୃତ୍ୟୁକୁ ବୁରଦା ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।