ଭିଏସ୍ଏସ୍ ନଗରରେ ରକ୍ତଦାନ ଶିବିର

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଓଡିଶା ମୋ ପରିବାର ତରଫରୁ ଭିଏସ୍ଏସ୍ ନଗରରେ ଜୀବନବିନ୍ଦୁ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଛି।

ୱାର୍ଡ଼ ନମ୍ବର-୧୧ ପ୍ରଭୁଂଜୀ ଇଂରାଜୀ ମାଧ୍ୟ୍ୟମିକ ବିଦ୍ୟାଳୟ ପରିସରରେ ସ୍ଥାନୀୟ ତ୍ରିନାଥ ବସ୍ତି ଉନ୍ନୟନ କମିଟି ଓ ବାବୁ ଭାଇ ଖଟିର ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେl ଉକ୍ତ କାର୍ଯକ୍ରମରେ ଓଡ଼ିଶା ମୋ ପରିବାର ସହ ସଂଯୋଜକ ରୁଦ୍ର ସାମନ୍ତରାୟ ଓ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସନ୍ଥ ରଞ୍ଜନ ପାଣିଗ୍ରାହୀ, ନୃସିଂହ ବିଶ୍ୱାଳ, ଡ଼ଃ ପ୍ରମୋଦ କୁମାର ପାଣ୍ଡିଆ, କମିଟି ସଭାପତି ନରେନ୍ଦ୍ର ବିଶ୍ଵାଳ ,ଦାଶରଥି ମଲ୍ଲିକ, ବାବୁ ସାହୁ, ବିଜେଡ଼ି ମହିଳା ନେତ୍ରୀ ସୁଚିତ୍ରା ବେହେରା ପୁଷ୍ପା ରାଉଳ, ମନୋରମା ସିଂ ପାତ୍ର, ସ୍ନେହଲତା ମୁଦୁଲି, ଇଶା ମହାନ୍ତି, ଦ୍ରୌପଦୀ ଦେବୀ, ବିଜେଡ଼ି ଯୁବ ନେତା ଦୀପକ ନାୟକ, ସର୍ବଜିତ ସାହୁ, ଅକ୍ଷୟ ସ୍ୱାଇଁ, ଦୀନବନ୍ଧୁ ପତି ଓ ଉନ୍ନୟନ କମିଟିର ସମସ୍ତ ସଦସ୍ୟ, ଯୁବକ ଓ ଶିବ ପ୍ରସାଦ ମିଶ୍ର, ଦିଲ୍ଲୀପ ଦାଶସର୍ମା, ୱାର୍ଡ଼ ସଭାପତି ମହେଶର ବିଶ୍ଵାଳ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରରେ ମୋଟ ୫୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button