ଭିଏସସନଗରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜୟଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏଠି ସହିତ କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଶପଥ ପାଠ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଯୁବକ, ଛାତ୍ର ଓ ବରିଷ୍ଠ ନାଗରକମାନେ ଯୋଗଦେଇଥିଲେ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

ମତାମତ ଦିଅନ୍ତୁ ।