Breaking Newsଅପରାଧ

ଭିଜିଲାନ୍‌ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଉରକେଲା : ବଣେଇ ବ୍ଲକ୍‌ ବଡ଼ ଗଗୁଆ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗାୟତ୍ରୀ ଜୟପୁରିଆ ଭିଜିଲାନ୍‌ସ ଜାଲରେ ଫସିଛନ୍ତି।

ଖବର ଅନୁଯାୟୀ ଯତୀନ କୁମାର ମିଶ୍ର ଏହି ପଦରେ କାର୍ଯ୍ୟ କରୁଥିଲେ। ସେ ଅବସର ନେବା ପରେ ଗାୟତ୍ରୀଙ୍କୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଯତୀନଙ୍କ ପେନସନ ପାଇବାରେ ରହିଥିଲା ସମସ୍ୟା। ସେଥିପାଇଁ ସେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଥିଲେ। ହେଲେ ପେନ୍‌ସନ୍‌ କାଗଜ ପତ୍ର ଠିକ୍‌ କରିବା ପାଇଁ ଗାୟତ୍ରୀ ୬ହଜାର ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଯତୀନ ରାଉରକେଲା ଭିଜିଲାନ୍ସକୁ ଜଣାଇ ଦେଇଥିଲେ। ଆଜି ଯତୀନଙ୍କ ପୁଅଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡିଥିଲେ।

ମତାମତ ଦିଅନ୍ତୁ ।

Back to top button