ଭିଜିଲାନ୍ସ ହାତରେ ଧରାପଡିଲେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର : ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ଭିଜିଲାନ୍ସ ବାରଙ୍ଗ ତହସିଲଦାର ଆଜି ସରକାରୀ ଗାଡ଼ିରେ ନିଜ ବାସଭବନକୁ ଯାଉଥିବାବେଳେ ଭୁବନେଶ୍ୱରର ରଘୁନାଥପୁର ମଣିତ୍ରିଭୁବନ ଆପର୍ଟମେଣ୍ଟଠାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ସହ ଯୁକ୍ତିତର୍କ ବେଳେ ଗାଡ଼ି ଭିତରେ ରଖିଥିବା ୧ଲକ୍ଷ ୭ହଜାର ଟଙ୍କାକୁ ରାସ୍ତା ସେ କଡ଼କୁ ଫିଙ୍ଗି ଦେଇଥିଲେ। ଏହି ଟଙ୍କାକୁ ଜବତ ହୋଇଛି। ଏତେ ଟଙ୍କା ସେ କେଉଁଠୁ ଆଣିଲେ ତା’ର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି।

ଭିଜିଲାନ୍ସ ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରି ତାଙ୍କ ବାରଙ୍ଗସ୍ଥିତ ବାସଭବନ, ଢେଙ୍କାନାଳର ଗଁଦିଆ ଥାନା ଅନ୍ତର୍ଗତ ପୈତୃକ ଗାଁ ଗୋପାଳପୁରରେ ଚଢ଼ଉ କରିଛି। ବେଆଇନ ଅର୍ଥ ଠୁଳ କରିବାର ମାମଲାର ଏବେ ତଦନ୍ତ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button