ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରିନ୍ସିପାଲ

ସାନଖେମୁଣ୍ଡି : ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରିନ୍ସିପାଲ। ୧୫ ହଜାର ଟଙ୍କା ନେଉଠିବ ବେଳେ ବେଳେ କୁଡାଖଣ୍ଡି ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ପ୍ରିନ୍ସିପାଲ ଏମ୍‌ ଟୁନା ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଖବର ଅନୁଯାୟୀ କୁଡାଖଣ୍ଡି ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଫିଜିକ୍ସ ଅଧ୍ୟାପକ ବସନ୍ତ କୁମାର ଜେନାଙ୍କ ଜିପିଏଫ୍‌ ଓ ବକେୟା ବିଲ୍ ପାସ୍ କରିବା ପାଇଁ ଶ୍ରୀ ପାତ୍ର ୧୫ ହଜାର ଟଙ୍କା ଦାବି କରିଥିଲେ। ଗୁରୁବାର ଶ୍ରୀ ଜେନାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।