ଭିଜିଲାନ୍ସ ଜାଲରେ ଫସିଲେ କୋକସରା ସିଡିପିଓ

ଧର୍ମଗଡ଼ : ଲାଞ୍ଚ ନେଇ ଧରାପଡିଲେ କୋକସରା ସିଡିପିଓ। ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଦରମା କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ତାଙ୍କୁ ଧରିଛି।

ଖବର ଅନୁଯାୟୀ ସୁନାମାଲ୍‌ ଗାଁର ଅଙ୍ଗନବାଡ଼ି କର୍ମୀ ୩ ମାସର ବକେୟା ଦରମା କରାଇଦେବାକୁ କୋକସରା ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ବହୁବାର ଅନୁରୋଧ କରିଥିଲେ। କିନ୍ତୁ ସେ ତିନିମାସ ପରିବର୍ତ୍ତେ ଦୁଇ ମାସର ବକେୟା ରିଲିଜ୍‌ କରିଥିଲେ। ଆଉ ଗୋଟିଏ ମାସର ଦରମା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଙ୍ଗନବାଡ଼ି କର୍ମୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିବାରୁ ତାଙ୍କୁ ଧରିବା ପାଇଁ ହୋଇଥିଲା ଯୋଜନା। ଶ୍ରୀମତି ମହାନ୍ତି ଆଜି ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବା ସହିତ ଟଙ୍କା ଜବତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।