Breaking Newsଅପରାଧ
ଭିଜିଲାନ୍ସ ଜାଲରେ ଫରେଷ୍ଟଗାର୍ଡ

ସମ୍ବଲପୁର : ସମ୍ବଲପୁର ସଦର ରେଞ୍ଜ ଜୁଜୁମୁରା ଅଞ୍ଚଳର ଫରେଷ୍ଟଗାର୍ଡ ମଧୁସ୍ମିତା ମହାପାତ୍ର ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି। ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଖବର ଅନୁଯାୟୀ ବନ ସୁରକ୍ଷା ସମିତିର ବିଲ୍ ପାସ୍ କରାଇ ଦେବା ପାଇଁ ମଧୁସ୍ମିତା ଲାଞ୍ଚ ଦାବି କରିଥିଲେ। ଏହି ଟଙ୍କା ନେଉଥିବା ବେଳେ ସେ ଧରାପଡିଥିବା ଜଣାପଡିଛି।