ଭିଜିଲାନ୍‌ସ ଜାଲରେ ଏଏସ୍‌ଆଇ

କଟକ : ବିବାଦର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଧୁପାଟଣା ଥାନା ଏଏସଆଇ ପ୍ରଣବ କିଶୋର ପଟେଲ ଭିଜିଲାନସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ଏଏସଆଇ ଶ୍ରୀ ପଟେଲ ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ସଂଜୀବ କୁମାର ବେହେରାଙ୍କ ଏକ ପୁରୁଣା ଋଣ ସମସ୍ୟାର ସମାଧାନ କରିଦେବା ପାଇଁ ୨୦ ହଜାର ଲାଞ୍ଚ ମାଗିଥିଲେ। ଏହି ସୂଚନା ଭିଜିଲାନ୍‌ସ ମିଳିବା ପରେ ଚଢଉ କରଯାଇଥିଲା। ଏହି ସମୟରେ ଲାଞ୍ଚ ଟଙ୍କାକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଏଏସ୍‌ଆଇଙ୍କ ପୋଲିସ କଲୋନି ଘର ଉପରେ ଚଢଉ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button